ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୧୮ ବର୍ଷ ପରେବି ପୂର୍ବ ସରକାର ହତ୍ୟାକାରୀଙ୍କୁ ଗିରଫ କରିପାରିଲାନି, ତଦନ୍ତ କମିଶନଙ୍କ ଫାଇଲ୍କୁ ହଜାଇ ଦେଲେ। ଏବେ ଯେଉଁ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଛି, ତାହା ମଧ୍ୟ ଶିଥିଳ ପଡ଼ିଗଲାଣି। ତେଣୁ ମାମଲାର ସିବିଆଇ ତଦନ୍ତ କରାଯାଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଲକ୍ଷ୍ମଣାନନ୍ଦଙ୍କ ଏକମାତ୍ର ପୁଅ ଲୋକନାଥ ନାଥ, ବୋହୂ ବାସନ୍ତୀ ନାଥଙ୍କ ସମେତ ଅନୁଗାମୀ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି। ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧସ୍ଥିତ ଜଳେଶପେଟା ଆଶ୍ରମକୁ ଆସିଥିବାବେଳେ ଲୋକନାଥ କହିଛନ୍ତି, ବାପାଙ୍କ ହତ୍ୟାକାଣ୍ଡ ଘଟଣାକୁ ଇତିମଧ୍ୟରେ ୧୮ ବର୍ଷ ବିତିଗଲାଣି। କିନ୍ତୁ ଆଜିଯାଏ ହତ୍ୟାକାରୀଙ୍କୁ ସରକାର ଗିରଫ କରି ନାହନ୍ତି। ଏହା ମଧ୍ୟରେ କମିଶନଙ୍କ ତଦନ୍ତ ରିପୋର୍ଟ ହଜିଯାଉଛି। ଏହି ଘଟଣାରେ ସିବିଆଇ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଗିରଫ କରି ଦଣ୍ଡ ଦେଲେ ମୁଁ ଭାରି ଖୁସି ହେବି। ଅନ୍ୟପଟେ ବାସନ୍ତୀ ମଧ୍ୟ ସ୍ବାମିଜୀଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଫାଇଲ୍ କେବେ ମିଳିବ ବୋଲି ପ୍ରଶ୍ନ ଉଠାଇଛନ୍ତି।






More Stories
ରାଜ୍ୟରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ…..
ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି….
ଆଜି ମିଳିବ ସିଏମ୍-କିଷାନ ସହାୟତା ରାଶି…..