ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଦିନ ଏକ ଲମ୍ବା ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୁନ ୧ ରେ ଖେଳାଯିବ। ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ ଫାଇନାଲର ସ୍ଥାନ ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି । ମୂଳ ସିଡ୍ୟୁଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ୍ସ ଗାଡେନ୍ସଠାରେ ଓ ପ୍ରଥମ କ୍ବାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏହି ପରିବର୍ତ୍ତନ କରିଛି । ମୂଳ ସିଡ୍ୟୁଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ୍ସ ଗାଡେନ୍ସଠାରେ ଓ ପ୍ରଥମ କ୍ବାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏହି ପରିବର୍ତ୍ତନ କରିଛି । ଆଇପିଏଲ ୨୦୨୫ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ୨୯ ମଇରେ ଖେଳାଯିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇପାରିବ। ଏହା ବ୍ୟତୀତ, ମେ ୩୦ ତାରିଖରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ ମଧ୍ୟ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଆୟୋଜିତ ହୋଇପାରେ।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..