ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍କୁ ବନ୍ଦ ରଖାଯାଇଛି । ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ବାକି ଥିବା ମ୍ୟାଚ୍ ମଧ୍ୟରେ ଏହାକୁ ସ୍ଥଗିତ ରଖାଯାଇଛି । ମେ’ ୯ରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବୈଠକ ପରେ ଏହି ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଠାରୁ ଆଇପିଏଲର ମ୍ୟାଚ୍ ବନ୍ଦ ରହିବ । ପ୍ରଥମେ ବିଦେଶୀ କ୍ରିକେଟରମାନଙ୍କୁ ସେମାନଙ୍କ ଘରକୁ ପଠାଯିବ। ବିସିସିଆଇ ନୂଆ ତାରିଖ ଖୁବ୍ ଶୀଘ୍ର ଘୋଷଣା କରିବ ବୋଲି ସୂଚନା ମିଳିଛି। ଆଇପିଏଲ ୨୦୨୫ରେ ୮ ମେ’ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯାଇଛି। ଏଥିରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ୍ ମଧ୍ୟ ସାମିଲ ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା କାରଣରୁୁ ୮ ମେ’ ବୁଧବାର ଧର୍ମଶାଳାରେ ଆୟୋଜିତ ଏହି ମୁକାବିଲା ଅଧାରୁ ହିଁ ରଦ୍ଦ କରାଯାଇଥିଲା । ସେହିପରି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମ୍କୁ ଖାଲି କରାଯାଇଥିଲା । ଖେଳାଳୀଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବହାର କରାଯାଇଥିଲା।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……