Report Card Odisha

| Daily Odia News

ସୁନୀଲ ବଂଶଲ ଓଡ଼ିଶାର ନୂଆ ଡିଜିପି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସୁନୀଲ କୁମାର ବଂଶଲ ହେବେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ବର୍ତ୍ତମାନ ଦାୟିତ୍ୱରେ ଥିବା ଡିଜିପି ଅଭୟଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବାକୁ ଯାଉଥିବାରୁ ରାଜ୍ୟ ସରକାର ନୂଆ ଡିଜିପି ଭାବେ ସୁନୀଲଙ୍କ ନାମ ଘୋଷଣା କରିଛନ୍ତି । ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ସୁନୀଲ ନୂଆ ବର୍ଷରୁ ଏହି ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ, ଡିସେମ୍ବର ମାସରେ ଏବେକାର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଛି ।  ସେଥିପାଇଁ  ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ। ଏହି ୧୪ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୟୁପିଏସସି କମିଟି ସ୍କ୍ରୁଟିନି କରି ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା। ଏହି ତିନି ଆଇପିଏସ ଅଫିସର ସୁନୀଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କାପୁର ରହିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍‌ ଆଇପିଏସ୍‌ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଛନ୍ତି ।

 

Breaking News