ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ପରେ ଇରାନ୍,ହିଜବୁଲ୍ଲାକୁ କଡା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଇରାନ୍, ହିଜବୁଲ୍ଲା ବିରାଟ ବଡ ଭୁଲ୍ କରିଛନ୍ତି। ହତ୍ୟା ଷଡଯନ୍ତ୍ର ଶତ୍ରୁଙ୍କୁ ନିପାତ କରିବାରେ ରୋକି ପାରିବନି। ଇସ୍ରାଏଲର କ୍ଷତି କରିବାକୁ ଚାହୁଁଥିବା କାହାରିକୁ ବି ଛଡାଯିବନି। ତେବେ ହମାସ୍ ମୁଖ୍ୟ ୟାହା ସିନୱାରଙ୍କୁ ହତ୍ୟା କରାଯିବାର ଦିନକ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଅର୍ଥାତ୍ ଶନିବାର ଇସ୍ରାଏଲର ସିଜାରିଆ ସହରରେ ଥିବା ନେତାନ୍ୟାହୁଙ୍କ ବାସଭବନକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ କରାଯାଇଥିଲା। ତେବେ ନେତାନ୍ୟାହୁ ସେଠାରେ ଉପସ୍ଥିତ ନଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା। ଲେବାନନ୍ ପଟୁ ଆସିଥିବା ଏହି ଡ୍ରୋନ୍ଟି ଗୋଟିଏ ଅଟ୍ଟାଳିକାରେ ପଡିଥିଲା। ଅନ୍ୟ ଦୁଇଟି ଡ୍ରୋନ୍କୁ ଇସ୍ରାଏଲ ସେନା ଆକାଶମାର୍ଗରେ ନଷ୍ଟ କରିଦେଇଥିଲା। ତେବେ ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ଲେବାନନ୍ରେ ସକ୍ରିୟ ଥିବା ହେଜବୋଲ୍ଲା ସଂଗଠନ ପକ୍ଷରୁ ସ୍ବୀକାର କରାଯାଇନାହିଁ। ଶନିବାର ଇସ୍ରାଏଲ ପକ୍ଷରୁ ଲେବାନନ ରାଜଧାନୀ ବେରୁଟ୍ର କେତେକ ଅଞ୍ଚଳରେ ବୋମାମାଡ କରାଯାଇଥିବାବେଳେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି।
More Stories
ଉତ୍ତର ଗାଜା ଉପରେ ଆକ୍ରମଣ: ୭୩ ମୃତ,ଭଗ୍ନାବଶେଷ ତଳେ ଦବି ରହିଛନ୍ତି ଅନେକ….
ୱାୟନାଡ଼ରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ନାଭ୍ୟା…..
ଅଟୋ-ବସ୍ ଧକ୍କା, ୮ ଶିଶୁଙ୍କ ସମେତ ୧୧ ମୃତ…..