Report Card Odisha

| Daily Odia News

ଇରାନରେ ଆତଙ୍କୀ ଆକ୍ରମଣ;୧୫ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନର ସିରାଜ ସହରରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କୀ ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୧ ରୁ ଅଧି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସିରାଜର ଏକ ଧାର୍ମିକ ଅନୁଷ୍ଠାନ ଉପରେ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିଲା। ୨୧ ରୁ ଅଧି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ଆଇଏସଆଇଏସ ଆତଙ୍କୀ ସଂଗଠନ କରିଥିବା ଅଭିଯୋଗ ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି । ସରକାର ଗୁଳିମାଡ଼ ପରେ ସଜାଗ ହୋଇଥିବା ଦେଖିବାକୁ ମିଳିଛି । ଗୁଳିକାଣ୍ଡ ସ୍ଥଳରେ ପୋଲିସ ମୁତୟନ ହେବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

Breaking News