ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାନରେ ଲାଗି ରହିଥିବା ହିଂସାରେ ମୃତ୍ୟୁସଂଖ୍ୟା ୩୦୦୦ ଅତିକ୍ରମ କରିଛି। ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନରେ ୩୦୦୦ରୁ ଅଧିକ ବିକ୍ଷୋଭକାରୀ ପ୍ରାଣ ହରାଇଲେଣି। ସେହିପରି ହିଂସାକାରୀଙ୍କ ଆକ୍ରମଣରେ ୧୦୦ରୁ ଅଧିକ ସୁରକ୍ଷାକର୍ମୀ ପ୍ରାଣ ହରାଇଲେଣି। ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଶୋକ େଶାଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଏହି ଶୋକ ଶୋଭାଯାତ୍ରାରେ ଇରାନ ପତାକା ଉଡାଯିବା ସହିତ ଆମେରିକା ବିରୋଧୀ ସ୍ଲୋଗାନ ଦିଆଯାଇଛି। ମାନବାଧିକାର ସଂଗଠନର କହିବା ଅନୁଯାୟୀ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ମାତ୍ର ସରକାର କହିଛନ୍ତି ଯେ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଶତାଧିକ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକ ପ୍ରାଣ ହରାଇଲେଣି।ଇରାନ ପ୍ରସଙ୍ଗରେ ରୁଷ୍ ମୁହଁ ଖୋଲିଛି। ରୁଷ୍ କହିଛି ଯେ ଇରାନ ସହିତ ଏହାର ସମ୍ପର୍କରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ। ଇରାନରେ ବିକ୍ଷୋଭକାରୀଙ୍କ ଉପରେ ଦମନଲୀଳା ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯିବାକୁ ଆନ୍ତର୍ଜାତିକ ସମୁଦାୟ ନିନ୍ଦା କରିଛନ୍ତି। ୟୁରୋପୀୟ କମିସନ ଉପସଭାପତି କାଜା କାଲାସ ଇରାନରେ ଚାଲିଥିବା ସରକାର ବିରୋଧୀ ହିଂସାକୁ ସମର୍ଥନ ଜଣାଇଛନ୍ତି। ଏହା ସହିତ ହିଂସାକାରୀଙ୍କ ଉପରେ ସରକାରଙ୍କ ବଳ ପ୍ରୟୋଗକୁ ସେ ନିନ୍ଦା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ହିଂସାକୁ ଉସୁକାଉଥିବା ଅଭିଯୋଗ କରି ତେହରାନ ଜାତିସଂଘର ଦ୍ବାରସ୍ଥ ହୋଇଛି। ଜାତିସଂଘସ୍ଥିତ ଇରାନର ସ୍ଥାୟୀ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଅମିର ସଇଦ ଇରଭାନି ଜାତିସଂଘ ସୁରକ୍ଷା ପରିଷଦ ଓ ଜାତିସଂଘ ମହାସଚିବଙ୍କ ନିକଟକୁ ପତ୍ର ଲେଖି ଆମେରିକା ବିରୋଧରେ ଫେରାଦ କରିଛନ୍ତି। ଇରାନ ଅଭିଯୋଗ କରିଛି ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି। ଟ୍ରମ୍ପ ହିଂସାକାରୀଙ୍କୁ ହିଂସା ପାଇଁ ଉସୁକାଇଛନ୍ତି। ଟ୍ରମ୍ପଙ୍କ ଏପରି କାର୍ଯ୍ୟ ଇରାନର ସାର୍ବଭୌମତ୍ବ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ଧମକ ସଦୃଶ। ଦେଶରେ ଲାଗି ରହିଥିବା ହିଂସା ପରିସ୍ଥିତିକୁ ନେଇ ଇରାନ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଚି ଗୁରୁବାର ଭାରତର ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ସହିତ କଥା ହୋଇଛନ୍ତି। ଇରାନ ପ୍ରତିପକ୍ଷଙ୍କ ଠାରୁ ସେ ଫୋନ କଲ୍ ପାଇଥିବା ଓ ଇରାନ ପ୍ରସଙ୍ଗରେ ଆଲୋଚନା କରିଥିବା ଜୟଶଙ୍କର ଏକ୍ସର ପୋଷ୍ଟରେ ଜଣାଇଛନ୍ତି। ଇରାନରୁ ଭାରତୀୟ ନାଗରିକଙ୍କୁ ଫେରିଆସିବା ଲାଗି ସରକାର ପରାମର୍ଶ ଦେଇଥିବାବେଳେ ଇରାନ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଫୋନ କରିଛନ୍ତି।






More Stories
ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ…..
୧୦୦ ବିମାନ ବାତିଲ…..
କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ…..