ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଇସ୍କନ ର ଲଣ୍ଡନରେ ହେବାକୁ ଥିବା ରଥଯାତ୍ରାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେବାୟତମାନେ ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଦାବି କରିବା ସହ ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି। କହିଛନ୍ତି ଇସ୍କନ୍ ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଛି। ମହାପ୍ରଭୁଙ୍କ ପରମ୍ପରାକୁ ସମସ୍ତେ ମାନିବା ଆବଶ୍ୟକ । ଓଡିଆ ଙ୍କ ପ୍ରତି କୁଠାରଘାତ କରିଛି ଇସ୍କନ୍। ଶାସ୍ତ୍ରୀୟ ମତ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ଇସ୍କନ ପକ୍ଷରୁ ଏହାକୁ ଉଲ୍ଲଙ୍ଘନ କରି ମୁମ୍ବଇ ସମେତ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି। ଚଳିତ ମାସ ୧ ୮ରେ ଲଣ୍ଡନରେ ଅଦିନିଆ ରଥଯାତ୍ରା କରିବ ଇସ୍କନ। ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୂର୍ବରୁ ଉଦ୍ବେଗ ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ଆୟୋଜନ ପାଇଁ ଗଜପତି ମହାରାଜା ଚିଠି ଲେଖି ଇସ୍କନକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ଇସ୍କନ କର୍ମକର୍ତ୍ତାଙ୍କୁ ନେଇ କିଛିଦିନ ପୂର୍ବେ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏସବୁ ସତ୍ତ୍ୱେ ଚଳିତ ମାସ ୧୮ରେ ରଥଯାତ୍ରା ଆୟୋଜନ ପାଇଁ ଇସ୍କନ ଲଣ୍ଡନ ପକ୍ଷରୁ ଘୋଷଣା କରାଯାଇଛି।
More Stories
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ସାପ କୁ ଆଘାତ ଦେଲେ ଝିଅ ଦେହରେ ଦାଗ……