ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ। ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଟ୍ରେନ୍ ସଇଁତଳା ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ ଇସ୍ପାତ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରେନଟି ଏଯାଏ ଅଟକି ରହିଛି। ତେବେ ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମରାମତି କାମ ଶେଷ ହୋଇନାହିଁ। ଏହି କାରଣରୁ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହେବାସହ ଅସନ୍ତୁସ ବ୍ୟକ୍ତ କରିଥିବା ଜଣାପଡିଛି |






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….