Report Card Odisha

| Daily Odia News

କଟାମୁଣ୍ଡ ଯୋଡ଼ିଲେ ଇସ୍ରାଏଲ ଡାକ୍ତର…..

(ചിത്രത്തിന് കടപ്പാട്: Twitter/@renmusb1)

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜଣେ ୧୨ ବର୍ଷର ବାଳକ ସାଇକେଲ ଚଳାଇ ଯାଉଥିବାବେଳେ ଏକ କାର୍‌ ଧକ୍କାଦେବାରୁ ତାଙ୍କ ମୁଣ୍ଡ ବେକରୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଜଟିଳ ତଥା ଅସାଧାରଣ ଅସ୍ତ୍ରୋପଚାର ବଳରେ କଟାମୁଣ୍ଡକୁ ପିଲା ଦେହରେ ସଫଳତାର ସହ ଲଗାଇଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଲେମାନ ହାସନଙ୍କୁ କାର୍‌ ଧକ୍କା ଦେବାରୁ ତାଙ୍କ ମେରୁଦଣ୍ଡର ଶୀର୍ଷ ଅସ୍ଥିରୁ ଖପୁରି ଅଲଗା ହୋଇଯାଇଥିଲା। ବିଜ୍ଞାନ ଭାଷାରେ ଏଭଳି ସ୍ଥିତିକୁ ବାଏଲାଟେରାଲ ଆଟଲାଣ୍ଟୋ ଓସିପିଟାଲ ଜଏଣ୍ଟ ସିଡ୍‌ଲୋକେଶନ କୁହାଯାଏ। ଦୁର୍ଘଟଣା ପରେ ସୁଲେମାନଙ୍କୁ ବିମାନ ଯୋଗେ ହାଡାସା ମେଡିକାଲ ସେଣ୍ଟରକୁ ନିଆଯାଇ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ମୁଣ୍ଡ ବେକର ଆଧାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଅସ୍ତ୍ରୋପଚାର ପାଇଁ ଅନେକ ଘଣ୍ଟା ସମୟ ଲାଗିଥିଲା ଓ କ୍ଷତିଗ୍ରସ୍ତ ସ୍ଥାନରେ ନୂଆ ପ୍ଲେଟ୍‌ ଓ ଫିକ୍ସେଶନ ଲଗାଇବାକୁ ପଡ଼ିଥିଲା ବୋଲି ଅର୍ଥୋପେଡ଼ିକ୍‌ ସର୍ଜନ ଡା. ଓହାଡ୍‌ ଇନାଭ କହିଛନ୍ତି। ପିଲାଟିକୁ ବଞ୍ଚାଇବାରେ ଆମର ସାମର୍ଥ୍ୟ ହେଉଛି ଆମର ଜ୍ଞାନ ଏବଂ ଅସ୍ତ୍ରୋପଚାର ପ୍ରକୋଷ୍ଠରେ ଥିବା ଅତ୍ୟାଧୁନିକ ପ୍ରଯୁକ୍ତି। ପିଲାଟିର ଜୀବନ ବଞ୍ଚାଇବାକୁ ସମ୍ପୂର୍ଣ୍ଣ ଟିମ୍‌ ସଂଘର୍ଷ କରିଥିଲା ବୋଲି ଡା. ଇନାଭ କହିଛନ୍ତି। ପିଲାଟିର ବଞ୍ଚତ୍ବା ସମ୍ଭାବନା ମାତ୍ର ୫୦ ପ୍ରତିଶତ ଥିଲା। ତେଣୁ ଏହା ଚମତ୍କାରିତାଠାରୁ କିଛି କମ୍‌ ନୁହେଁ ବୋଲି ସର୍ଜନମାନେ କହିଛନ୍ତି। ଗତ ମାସରେ ଏହି ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଜୁଲାଇ ପର୍ଯ୍ୟନ୍ତ ଡାକ୍ତରମାନେ ଏହାର ଫଳାଫଳକୁ ସର୍ବସାଧାରଣରେ ପ୍ରକାଶ କରି ନ ଥିଲେ। ସୁଲେମାନ ନିକଟରେ ସର୍ଭିକାଲ ସ୍ପ୍ଲିଣ୍ଟ ସହ ହସ୍ପିଟାଲରୁ ବାହାରିଛନ୍ତି। ତାଙ୍କର ସ୍ନାୟୁତନ୍ତ୍ରୀ କିମ୍ବା ଜ୍ଞାନେନ୍ଦ୍ରିୟରେ କୌଣସି କମି ନାହିଁ। ଦୀର୍ଘ ଅସ୍ତ୍ରୋପଚାର ପ୍ରକ୍ରିୟା ପରେ ମଧ୍ୟ ସେ ସ୍ବାଭାବିକ ଭାବେ ସବୁ କାମ କରିପାରୁଛନ୍ତି ଏବଂ ବିନା ସହାୟତାରେ ଚାଲିପାରୁଛନ୍ତି ବୋଲି ଡା. ଇନାଭ ଗଣମାଧ୍ୟମକୁ କହିଛନ୍ତି।

Breaking News