ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ସେନା ଓ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହମାସ’ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରବିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଶନିବାର ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ସହିତ ହମାସ ଅଧ୍ୟୁଷିତ ଗାଜା ସହର ଉପରେ ପ୍ରତିଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ଉଭୟ ଆକାଶ ଓ ସ୍ଥଳ ମାର୍ଗରେ ଆକ୍ରମଣ କରିଛି। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ୧୦୦୦ରୁ ଅଧିକ ସାଧାରଣ ଲୋକ ଓ ସୈନିକ ପ୍ରାଣ ହରାଇଲେଣି। ଏଥିରେ ଇସ୍ରାଏଲର ୬୦୦ରୁ ୭୦୦ ନାଗରିକ ଓ ସୈନିକ ପ୍ରାଣ ହରାଇଥିବାବେଳେ ହମାସର ୩୦୦ରୁ ଅଧିକ ଯୋଦ୍ଧା ପ୍ରାଣ ହରାଇଛନ୍ତି। ଶନିବାର ଇସ୍ରାଏଲ ମଧ୍ୟକୁ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀମାନେ ଏବେ ବିଭିନ୍ନ ସ୍ଥାନରେ ଲୁଚି ରହିଛନ୍ତି। ସେମାନେ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଆତଙ୍କବାଦୀଙ୍କ କବଳରେ ପଣବନ୍ଦୀ ଥିବା ନାଗରିକମାନଙ୍କୁ ମୁକ୍ତ କରିବା ଲାଗି ଇସ୍ରାଏଲ ସେନା ଅଭିଯାନ ଚଳାଇଛି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..