Report Card Odisha

| Daily Odia News

ହସ୍ପିଟାଲ ଉପରେ ରକେଟ ମାଡ଼ ,୫୦୦ରୁ ଅଧିକ ମୃତ……

Protesters clash with Lebanese security forces on October 18, 2023, outside the US Embassy during a demonstration in solidarity with the people of Gaza in Awkar, East of Beirut, after a strike on a hospital in the Gaza Strip killed at least 200 people on October 17, 2023. The Israeli army said on October 17 a strike which hit a Gaza hospital, killing at least 200 people according to Hamas officials, was a rocket misfired by Palestinian militants. Lebanon's Iran-backed Hezbollah movement called for a "day of rage" to condemn the strike as hundreds of demonstrators gathered at the French and US embassies in protest. (Photo by JOSEPH EID / AFP) (Photo by JOSEPH EID/AFP via Getty Images)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି । ଏହି ଯୁଦ୍ଧରେ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌‌ ହୋଇ ପ୍ରାୟ ୫ ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। ଏହି ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଏକ ହସ୍ପିଟାଲ ଉପରେ ଏହି ଏୟାର ଷ୍ଟ୍ରାଇକ୍‌‌ ହୋଇଛି। ଯୁଦ୍ଧରେ ଗୁରୁତର ଆହତ ଅନେକ ଲୋକେ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅନେକ ଶରଣାର୍ଥୀ ମଧ୍ୟ ଏଠାରେ ଆଶ୍ରୟ ନେଇଥିଲେ। ଏହି ଏୟାର ଷ୍ଟ୍ରାଇକ୍‌‌ ପରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗାଜା ଉପରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକ୍‌‌ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସହ ଇସ୍ରାଏଲ ସେନା ଏଥିରେ ସମ୍ପୃକ୍ତ ନାହାନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି।

Breaking News