ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ପକ୍ଷରୁ ରବିବାର ଇରାନର ଇସ୍ପାହାନ ବିମାନ ବନ୍ଦର ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଇରାନ ବାୟୁସେନାର ଏକ ଏଫ୍-୧୪ ଯୁଦ୍ଧବିମାନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହାବ୍ୟତୀତ ଇସ୍ରାଏଲର ଲଢୁଆ ଜେଟ୍ଗୁଡିକ ଇରାନ ରାଜଧାନୀ ତେହେରାନରେ ଥିବା ତୈଳ ଡିପୋ ଏବଂ ବିଶୋଧନାଗାର ଉପରେ ବୋମାମାଡ କରିଥିବା ଜଣାପଡିଛି। ଏହି ଆକ୍ରମଣ ପାଇଁ ଇରାନ ପକ୍ଷରୁ ଇସ୍ରାଏଲ ଓ ଆମେରିକାକୁ ଦାୟୀ କରାଯାଇଛି। ଆମେରିକା ଏହାର ଫଳ ଭୋଗିବ ବୋଲି ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..