ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାକାଶକୁ ଇସ୍ରୋ ପଠାଇବ ପାଣିପାଗ ସାଟେଲାଇଟ୍ ଇନସାଟ୍ ଥ୍ରୀଡି ଏସ୍ | ଉତକ୍ଷେପଣ ପାଇଁ କାଉନଡାଉନ୍ ଆରମ୍ଭ ହୋଇଯାଇଛି । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶଧାୱନ୍ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ । ଯାହାର ନାଁ ରହିଛି ‘ନଟି ବୟ’ । ଏହି ରକେଟ୍ GSLV ଭାବରେ ଜଣାଶୁଣା । GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ । ଏହି ସାଟେଲାଇଟ୍ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସମ୍ପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ୍ ତିଆରି କରାଯାଇଛି। ଅନ୍ତରୀକ୍ଷରେ ସ୍ଥାପିତ ହେବାକୁ ଥିବା ଏହି INSAT-3DS ଉପଗ୍ରହ ହେଉଛି ତୃତୀୟ ପିଢିର ପାଣିପାଗ ସମ୍ବନ୍ଧୀୟ ଉପଗ୍ରହର ନୂତନ ମିଶନ୍ । ଏହା ଭୁ-ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ । ‘ନଟି ବୟ’ର ଓଜନ ୨୨୭୪ କିଲୋଗ୍ରାମ ହୋଇଥିବା ସୂଚନା ମିଳିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..