ରିପୋର୍ଟ କାର୍ଡ / ଭୁବନେଶ୍ବର
ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ମାମଲାରେ ଆନ୍ଦୋଳନ କାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ସ୍ମାର୍ଟସିଟି ଲିମିଟେଡ଼ ଗ୍ରହଣ କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର କାହାର ନାହିଁ। ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର କିଛି ସଦସ୍ୟ ଜେଲରୁ ରାଲି ବାହାର କରି ଆସିବା ବେଳେ ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ସ୍ମାର୍ଟ ସିଟି ଲଗାଇଥିବା ବିଏମସି ବାଡ଼କୁ ସେମାନେ ଭାଙ୍ଗିଥିଲେ ବୋଲି ମନ୍ତ୍ରୀ କହିଛନ୍ତି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..