Report Card Odisha

| Daily Odia News

ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ,କୋଟି କୋଟି ଟଙ୍କା ଠାବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର କାନପୁରରେ ବଡ ଧରଣର ଚଢାଉ କରିଛି ଆୟକର ବିଭାଗ। ଏଠାରେ ଥିବା ବଂଶୀଧର ତମାଖୁ କମ୍ପାନୀର ମୁଖ୍ୟାଳୟରେ ଚଢାଉ କରାଯାଇଛି। ଏହା ସହିତ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ସମେତ ୨୦ଟି ସ୍ଥାନାରେ ଏକକାଳୀନ ଚଢାଉ କରିଛି ଆୟକର ବିଭାଗ। କମ୍ପାନୀର କାରବାରୀ ୧୦୦-୧୫୦କୋଟି ହେଉଥିବା ବେଳେ ଆୟକର ବିଭାଗ ପାଖରେ କମ୍ପାନୀ ୨୦ରୁ ୨୫ କୋଟି କାରବାର ଦର୍ଶାଇଥିବା ଅଭିଯୋଗ ହୋଇଛି। ଚଢାଉ ବିପୁଳ ପରିମାଣର ଅର୍ଥ ଠାବ ହେବା ପରେ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ କମ୍ପାନୀର ମାଲିକ କେ.କେ ମିଶ୍ରାଙ୍କ ପୁଅ ଶିବମଙ୍କର ବିଳାସପୂର୍ଣ୍ଣ କାର ଏବଂ ବାଇକ ମଧ୍ୟ ଜବତ କରାଯାଇଛି। ଗତ ୨୯ ତାରିଖରେ ଆୟକର ବିଭାଗ କମ୍ପାନୀରେ ଚଢାଉ କରିଥିଲା। ଶୁକ୍ରବାର ଦିଲ୍ଲୀ ସ୍ଥିତ ଘରେ ଚଢାଉ ବେଳେ ଏତେ ପରିମାଣର ଟଙ୍କା, କୋଟି କୋଟି ଟଙ୍କାର ଗାଡି ଠାବ କରି ଚକିତ ହୋଇଥିଲେ ଆୟକର ଅଧିକାରୀ। ଚଢାଉ ସମୟରେ ୧୬କୋଟି ଟଙ୍କାର ଦାମୀ ଗାଡି ଜବତ ହୋଇଥିବା ବେଳେ ୪.୫କୋଟି ନଗଦ ଟଙ୍କା ଜବତ କରାଯାଇଛି।

Breaking News