Report Card Odisha

| Daily Odia News

ଇସ୍ତଫା ଦେଲେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଟାଲୀରେ ରାଜନୈତିକ ଅସ୍ଥିରତା ପରେ ଆଜି ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଥିବା ସୂଚନା ମିଳିଛି | ଇସ୍ତଫା ଦେବା ପୂର୍ବରୁ ସେ ସଂସଦରେ କହିଛନ୍ତି ଯେ ସେ ରାଷ୍ଟ୍ରପତି ସର୍ଜିଓ ମତ୍ତାରେଲାଙ୍କୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ତାଙ୍କର ରାଷ୍ଟ୍ରୀୟ ଏକତା ଗଠବନ୍ଧନ ସରକାର କୁ ସମ୍ଭାଳିବାରେ ସଫଳ ହୋଇନଥିଲେ। ତେବେ ନିର୍ବାଚନ ନହେବା ପର୍ଯ୍ୟନ୍ତ ରାଷ୍ଟ୍ରପତି, ଡ୍ରାଗିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଗଠବନ୍ଧନର ଦ୍ୱିତୀୟ ବୃହତ୍ତମ ଦଳ ଫାଇଭ ଷ୍ଟାର ମୁଭମେଣ୍ଟ ଆସ୍ଥା ଭୋଟରେ ଭାଗ ନେବାକୁ ମନା କରିଦେଇଥିଲା। ଏହା ସତ୍ତ୍ୱେ ବି ମାରିଓ ଆସ୍ଥା ଭୋଟରେ ଜିତିଥିଲେ | କିନ୍ତୁ ସେ ଇସ୍ତଫା ଘୋଷଣା କରିଦେଇଛନ୍ତି। ସଂସଦରେ କହିଛନ୍ତି ଯେ ରାଷ୍ଟ୍ରୀୟ ଏକତା ଗଠବନ୍ଧନ ସରକାର ଆଉ ନାହିଁ। ବର୍ତ୍ତମାନ ଇଟାଲୀରେ ସମୟ ପୂର୍ବରୁ ନିର୍ବାଚନ ହେବାକୁ ଯାଉଛି। ବାସ୍ତବରେ, ଫାଇଭ ଷ୍ଟାର ମୁଭମେଣ୍ଟ ଦଳ କହିଥିଲା ଯେ ପ୍ରଧାନମନ୍ତ୍ରୀ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଧ୍ୟାନ ଦେଉ ନାହାଁନ୍ତି ଏବଂ ମୁଦ୍ରାସ୍ଫୀତି ହ୍ରାସ କରିବାରେ ସେ ଅସଫଳ ହୋଇଛନ୍ତି।

Breaking News