ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ଜେ.ପି ନଡ୍ଡା ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଆସିବେ। ବିଜେପି ପାର୍ଟି ଅଫିସରେ ଦିନ ସାଢ଼େ ୧୧ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏଥିସହିତ ଜେ.ପି ନଡ୍ଡା ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଦଳର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଜେ.ପି ନଡ୍ଡା ସୁଆଣ୍ଡୋ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରି ଯିବାର ସୂଚନା ରହିଛି।






More Stories
କମିବ ତାପମାତ୍ରା…..
ବଡ଼ଦାଣ୍ଡରେ ମଦ ଦୋକାନ ମନା…..
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..