ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବ | ତା’ ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ସବୁ କାମ ସାରି ପ୍ରଶାସନକୁ ପରିକ୍ରମାସ୍ଥଳୀ ଆଜି ହସ୍ତାନ୍ତର କରିବ। ପୁରୀ ପୋଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଲ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ। ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହା ପରେ ଲୋକାର୍ପଣ ଉତ୍ସବ ପାଇଁ ପୁରୀକୁ ୬୦ଟି ବସ୍ ଗଡ଼ିବ ବୋଲି ସୂଚନା ଦେଇଥିଲେ।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ପ୍ରଭାତୀଙ୍କ ବିରୁଦ୍ଧରେ ଏକାଠି ହେଲେ ସମୀରଙ୍କ ଗୋଷ୍ଠୀ……