Report Card Odisha

| Daily Odia News

ତୁଟିବ ଜଗନ୍ନାଥ ଜମି ବିବାଦ:ଆଇନ୍ ମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି। ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ। ଜଗନ୍ନାଥ ଜମି ଦଖଲରେ ଥିବା ଲୋକଙ୍କୁ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯିବ। ଜବରଦଖଲ କରିଥିବା ଲୋକଙ୍କୁ ୧୦୦ ଡେିସିମିଲ ଜାଗା ରିହାତି ଦରରେ ଯୋଗାଇଦିଆଯିବ। ୨୪ ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥ ଜମି ରହିଛି। ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ତ୍ଵଲିପି ରହିଛି। ୬ଟି ରାଜ୍ୟରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Breaking News