ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଅଗଷ୍ଟ ୨୧ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ। ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ କାହିଁକି ନାମାଙ୍କନ ଦାଖଲ କରିଥିଲେ, ଏବେ କାହିଁକି ପ୍ରତ୍ୟାହାର କରିବେ ତାହା ଜଣାପଡ଼ି ନାହିଁ। ଅନ୍ୟ ପକ୍ଷରେ ରାଜ୍ୟସଭା ପାଇଁ କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି। ଅଗଷ୍ଟ ୨୧ ତାରିଖରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତରେ ସେ ନାମାଙ୍କନ ଦାଖଲ କରିଥିଲେ। ସାଧାରଣ ନିର୍ବାଚନ ପରେ ପରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ।






More Stories
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..