ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ରଘୁନାଥ ପୁର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ମନ୍ଦିରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ଶ୍ରୀମତୀ ସଞ୍ଚିତା ମହାନ୍ତି ସଭାପତିତ୍ବ କରିଥିଲେ | ଜୟ ଜଗନ୍ନାଥ ପରିବାର ସହଯୋଗରେ ପରିଷଦର ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ଡ କୃପାସିନ୍ଧୁ ମିଶ୍ର , ସ୍କନ୍ଦ ପୁରାଣ ଅନୁସାରେ ” ଶ୍ରୀଜଗନ୍ନାଥ” ଙ୍କ ସମନ୍ଧରେ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମରେ ଆଶା ମୁକୁଳ ବାରିକ,ଭାରତୀ ଭୂଷଣ ପଟ୍ଟନାୟକ, ସୁମିତ୍ରା ତ୍ରିପାଠୀ, ମଞ୍ଜୁଶ୍ରୀ ମହାନ୍ତି ଶରତ ସାହୁ ଡ ସୁଶୀଲ ପଟ୍ଟନାଏକ ଙ୍କ ସହଯୋଗ ରେ ଭଜନ ପରିବେଷଣ ହୋଇଥିଲା | ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ବାଳକୃଷ୍ଣ ପଣ୍ଡା, ଅଖିଳ ସାହୁ, ଗୌରାଙ୍ଗ ନାୟକ, ଅକ୍ଷୟ ସାହୁ ବଂଶୀଧର ନାୟକ, ମନୋରଞ୍ଜନ ମହାନ୍ତି, ଡ ଅଭୟ ନାୟକ, ଶ୍ରୀନିବାସ ରାଓ, କାମେଶ୍ଵର ରାଓ, ସମ୍ପାଦକ ନାରାୟଣ ମହାପାତ୍ର ଓ ପରିଷଦର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ | ଏହି କଥାମୃତ ସଭା ରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..