ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କ ନୀତିରେ ସମସ୍ୟା ଦେଖାଦେଇଛି। ମହାପ୍ରଭୁ ଗାଧୋଇ ନାହାଁନ୍ତି କି ଖାଇ ନାହାଁନ୍ତି। ମଇଲମ ନୀତିଠାରୁ ଅଟକି ରହିଛି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି। ସକାଳ ୫ଟା ୫୫ମିନିଟରେ ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ମଙ୍ଗଳାଳତୀ, ରୋଷହୋମ ବଢିଥିଲା। ତାପରେ ଅବକାଶ ନୀତି ପୂର୍ବରୁ ମହାପ୍ରଭୁ ମଇଲମ ହୋଇ ରତ୍ନବେଦୀରେ ବସିଛନ୍ତି। ମାତ୍ର ମଇଲମଠାରୁ ସମସ୍ତ ନୀତି ଅଟକି ରହିଛି। ନୀତି ପ୍ରଶାସକ ସେବାୟତମାନଙ୍କ ସହ ଆଲୋଚନା କରୁଛନ୍ତି। ସେପଟେ ଏଭଳି ନୀତି ବିଭ୍ରାଟ ହେବାର କାରଣ ମଧ୍ୟ ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ସିଂହାରୀ ସେବାୟତ ଅଜାତିରେ ବିବାହ କରିଥିଲେ। ଫଳରେ ସେବାୟତ ସଂପ୍ରଦାୟର ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ମହାପ୍ରଭୁଙ୍କ ନୀତି କରିବାକୁ ବାରଣ କରାଯାଇଥିଲା। ମାତ୍ର ଆଜି ସଂପୃକ୍ତ ସିଂହାରୀ ସେବକଙ୍କ ଭାଇମାନଙ୍କର ପାଳି ଥିଲା। ଭାଇଙ୍କ ପାଳିରେ ସଂପୃକ୍ତ ସେବକ ସକାଳୁ ମଙ୍ଗଳାଳତୀ ଠାରୁ ମଇଲମ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରିଥିଲେ। ଯେହେତୁ ଭିନ୍ନଜାତିରେ ବିବାହ କରିବା ହେତୁ ନୀତି ପାଇଁ ବାରଣ କରାଯାଇଛି ସେ କିଭଳି ମହାପ୍ରଭୁଙ୍କ ନୀତି କଲେ ବୋଲି ପୂଜାପଣ୍ଡା ସେବାୟତମାନେ ପ୍ରତିବାଦ କରିଥିଲେ।






More Stories
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..
ରତ୍ନଭଣ୍ଡାର ଗଣତି ବୈଠକ…..