Report Card Odisha

| Daily Odia News

ଶ୍ରୀମନ୍ଦିର ରୋଷ ଚୁଲି ଭଙ୍ଗା ଘଟଣାରେ ୩ ଙ୍କୁ ଧରିଲା ପୋଲିସ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଅଭିଯୁକ୍ତ ଙ୍କୁ ଧରିଲା ପୋଲିସ | ଆଜି ପୋଲିସ୍‌ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇ ଏହି ଘଟଣାରେ ଜଡ଼ିତ ଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ଏସପି ପ୍ରତିକ୍ରିୟା ରଖିଛନ୍ତି । ଆଇପିସିର ଦଫା ୪୨୭,୨୯୫,୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି)ରେ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି । ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂହଙ୍କ ସୂଚନା ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ- ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଯାଇଛି | ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା |

Breaking News