ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟହୋଇଛନ୍ତି । ତେବେ ସେ ସେବାୟତ କି ଅଣସେବାୟତ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ କରାଯାଇଛି । ତେବେ ସେ ଯୁବକ ଜଣଙ୍କ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ । ଏପିରିକି ୪ ଜଣ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବାର ଦୃଶ୍ୟ ସିସିଟିଭିରୁ ଜଣାପଡିଛି । ସମ୍ପୃକ୍ତ ଜେଟିପି ଓ ଉପସ୍ଥିତ ସେବାୟତମାନଙ୍କୁ ଜେରା ଚାଲିଛି । ଘଟଣାରେ କିଏ କିଏ ସଂପୃକ୍ତି ଅଛନ୍ତି । ସେନେଇ ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡୁଛି ।






More Stories
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..