ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ନେଇ ସିଂହଦ୍ୱାର ଥାନାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । ୨ ଦିନିଆ ତଦନ୍ତ ରିପୋର୍ଟରେ ଏବେ ଯାଏଁ ଆସିନି କୌଣସି ଫଳାଫଳ । ଖବର ଅନୁଯାୟୀ, ଶ୍ରୀମନ୍ଦିର ରୋଷ ଘର ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୩ଶହଟି ଚୁଲି ଭାଙ୍ଗି ଦିଆଯାଇଥିବାର ଅଭିଯୋଗ ଆସିଥିଲା । କେହି ଦୁର୍ବୃତ୍ତ ଶନିବାର ରାତି କିମ୍ବା ରବିବାର ଦିନ ଭୋର ସମୟରେ ଏହି ଭଙ୍ଗାରୁଜା କରିଥିବା ଅନୁମାନ କରାଯାଉଛି । ଚୁଲି ଭଙ୍ଗା ଘଟଣାରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ୨ ଦିନିଆ ତଦନ୍ତ ରିପୋର୍ଟରେ କୌଣସି ଫଳାଫଳ ମିଳିନାହିଁ । ଏବେ ଯାଏଁ ଚୁଲି ଭଙ୍ଗାଯିବାର ରହସ୍ୟ ଜଣାପଡିନାହିଁ । ତେଣୁ ଶେଷରେ ବାଧ୍ୟ ହୋଇ ଶ୍ରୀମନ୍ଦିର ପ୍ରଶାସନ ଥାନାରେ ଏତଲା ଦେଇଛି । ସିଂହଦ୍ୱାର ଥାନାରେ ଚୁଲି ଭଙ୍ଗା ଘଟଣାରେ ଏତଲା ଦିଆଯାଇଛି ।






More Stories
କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ବଲ୍ଲଭ ବେହେରା….
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..