ରିପୋର୍ଟ କାର୍ଡ / ଜଗତସିଂପୁର
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ଜଣେ ଯବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଛନ୍ତି | ବିଧାୟକଙ୍କ ନାଁରେ ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରେମିକା । ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଆଜି ବିବାହର ତାରିଖ ଥିବା ବେଳେ କିନ୍ତୁ କୋର୍ଟକୁ ଆସି ନାହାନ୍ତି ବିଧାୟକ । ଗତ ମାସ ୧୭ ତାରିଖରେ ବିଜୟ ଏବଂ ପ୍ରେମିକା ବିବାହ ପାଇଁ ସବରେଜିଷ୍ଟ୍ରୀ ଅଫିସରେ ଆବେଦନ କରିଥିଲେ । ବିବାହ ପଞ୍ଜୀକରଣ କରିଥିଲେ ବିଧାୟକ ଏବଂ ପ୍ରେମିକା । ତେବେ ମାସକ ପରେ ଆଜି ପ୍ରେମିକା କୋର୍ଟରେ ପହଞ୍ଚିଥିବା ବେଳେ ବିଧାୟକ ବିଜୟ ଶଙ୍କର ଦାସ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ବିଧାୟକ ନ ଆସିବାରୁ ବାଧ୍ୟ ହୋଇ ଫେରି ଆସିଛନ୍ତି ପ୍ରେମିକା । ଏହାପରେ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ବିଧାୟକ ଠକି ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ସେ ଚିଟ କରିଛନ୍ତି କିମ୍ବା ତାଙ୍କୁ କିଏ ଅପହରଣ କରିତିବା କହିଛନ୍ତି ବିଧାୟକଙ୍କ ପ୍ରେମିକା । ତେବେ ଅଭିଯୋଗକୁ ବିଧାୟକ ବିଜୟ ଶଙ୍କର ଖଣ୍ଡନ କରିଛନ୍ତି । ୯୦ ଦିନ ମଧ୍ୟରେ ବିବାହ କରିବା ଉଚିତ । କିନ୍ତୁ ଆଜି ୩୦ ଦିନ ହୋଇଛି, ହାତରେ ଆହୁରି ୬୦ ଦିନ ବାକି ଅଛି ବୋଲି କହିଛନ୍ତି ବିଧାୟକ ବିଜୟ ଶଙ୍କର । ଏହା ସହିତ ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହି ନଥିବା ବିଧାୟକ ପ୍ରକାଶ କରିଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..