ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ଅଭିଯୋଗକୁ ଗୁରୁତ୍ୱ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ଦେଖିବାକୁ ମିଳିଛି । ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୋଲିସ ଭୟ ଦେଖାଉଥିବା ଜଗତସିଂହପୁରରୁ ଅଭିଯୋଗ ଆସିବା ପରେ ଶେଷରେ ବିଧାୟକ ନିଜେ କଲମ କାଗଜ ଧରି ଥାନାରେ ପହଞ୍ଚିଛନ୍ତି । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ପୋଲିସ ଅଧିକାରୀ । ବିଧାୟକ ଅମରେନ୍ଦ୍ର ଦାସ ଥାନାରେ ପହଞ୍ଚି ପୋଲିସ ବାବୁଙ୍କ ଉପରେ ବର୍ଷିଛନ୍ତି । ଥାନାରେ ଅଭିଯୋଗ କରିବାକୁ ଆସିଥିବା ଲୋକଙ୍କୁ ସହଯୋଗ କାହିଁକି କରୁନ ବୋଲି ପ୍ରଶ୍ନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ କାଠିଆ ପଡା ଗାଁର ବିଜୟ ମହାନ୍ତି ନାମକ ଅଭିଯୋଗକାରୀ ଜଗତସିଂହପୁର ଥାନାକୁ ଅଭିଯୋଗ ପାଇଁ ଆସିଥିଲେ । ପୋଲିସ ଅଭିଯୋଗ ଲେଖିବାକୁ କାଗଜ ନଥିବା କହି ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲା । ଏ ସମ୍ପର୍କରେ ବିଧାୟକ ଅମରେନ୍ଦ୍ର ଜାଣିବା ପରେ ଥାନାରେ କାଗଜ ପ୍ୟାକେଟ ଓ କଲମ ଧରି ପହଞ୍ଚିଥିଲେ । ପୋଲିସ ବାବୁଙ୍କୁ ତାଗିଦ କରିବା ସହ ଅଭିଯୋଗ ଲେଖିଥିଲେ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..