ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ସଭାରେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଏପରି କି ଅମିତାଭ ବଚ୍ଚନଙ୍କ ନାଁ ଶୁଣିଲେ ଚିଡ଼ି ଯାଉଛନ୍ତି ଜୟା ବଚ୍ଚନ। ତେବେ ଏହାର କିଛି ବିଶେଷ କାରଣ ବି ରହିଛି। ବାସ୍ତବ କଥା ହେଲା ରାଜ୍ୟ ସଭାରେ ଗୃହ କାର୍ଯ୍ୟ ସମୟରେ ଗୃହର ଅଧ୍ୟକ୍ଷ ସାଂସଦ ଜୟା ବଚ୍ଚନଙ୍କ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରୁଛନ୍ତି। ଯାହାର ପ୍ରତିବାଦ କରୁଛନ୍ତି ଜୟା ବଚ୍ଚନ। ସେ କହୁଛନ୍ତି ତାଙ୍କ ପଛରେ ଅମିତାଭଙ୍କ ନାଁ କାହିଁକି ଯୋଡ଼ାଯାଉଛି। ତାଙ୍କୁ କେବଳ ଜୟା ବଚ୍ଚନ ହିଁ ଡକାଯାଉ। ଏହାକୁ ନେଇ ସେ ଧନଖଡ଼ଙ୍କ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି। ଜୟା ତାଙ୍କ ନାମ ସହିତ ଅମିତାଭଙ୍କ ନାଁ ଯୋଡ଼ିବାକୁ ବାରଣ କରି ଧନଖଡ଼ଙ୍କୁ କହିଛନ୍ତି, ମୁଁ ଜଣେ କଳାକାର। ମୁଁ ଆପଣଙ୍କ ହାବଭାବ ବୁଝିପାରୁଛି। ଆପଣଙ୍କ କହିବାର ଉଦ୍ଦେଶ୍ୟ ଠିକ୍ ଲାଗୁନାହିଁ। ରାଜ୍ୟ ସଭାରେ ଆମେ ସମସ୍ତେ ଏକାଠି ଅଛୁ। ଜୟାଙ୍କ ଏହି ମନ୍ତବ୍ୟ ପରେ ଧନଖଡ଼ କହିଥିଲେ ଯେ, ନିର୍ଦେଶକଙ୍କ ବିନା ଅଭିନେତା କିଛି ନୁହନ୍ତି। ମୁଁ ଯାହାସବୁ ଦେଖିଆସିଛି ଆପଣ ସେସବୁ ଦେଖିନାହାନ୍ତି। ଆପଣ ଯେତେବଡ଼ ତାରକା ହୁହନ୍ତୁ, ସଂସଦରେ ସେୟା ହେବ ଯାହା ନିୟମକାନୁନରେ ରହିଛି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..