ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ତାଙ୍କ ଇସ୍ତଫା ମଞ୍ଜୁର କରିଛନ୍ତି। ଏହାପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଧନଖଡ଼ଙ୍କ ଇସ୍ତଫା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଧନଖଡ଼ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଧନଖଡ଼। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ପୋଷ୍ଟ କରି ଧନଖଡ଼ଙ୍କ ଉତ୍ତମ ସ୍ଵାସ୍ଥ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ‘‘ଜଗଦୀପ ଧନଖଡ଼ଙ୍କୁ ଭାରତର ଉପରାଷ୍ଟ୍ରପତି ସମେତ ଅନେକ ଭୂମିକାରେ ଦେଶ ସେବା କରିବାର ସୁଯୋଗ ମିଳିଛି। ମୁଁ ତାଙ୍କ ସୁସ୍ଥତା କାମନା କରୁଛି।’’






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..