ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁଚର୍ଚ୍ଚିତ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଆଜି ପୋଲିସ ଆଉ ୩ ଅଭିଯକ୍ତଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଲେ ଜାଫର ଓ ବାବୁଦ୍ଦୀନ । ସେମାନେ ହନୁମାନ ଜୟନ୍ତୀ ଦିନ ଶୋଭାଯାତ୍ରା ଉପରେ କାଚ ବୋତଲ ମାଡ କରିଥିବା ଅଭିଯୋଗ ହୋଇଥିଲା । ଏହାସହ ସେମାନେ ଭୟଭୀତ କରିବା ପାଇଁ ଖଣ୍ଡା ମଧ୍ୟ ବୁଲାଇଥିଲେ । ଉଭୟ ଅଭିଯୁକ୍ତ ସମ୍ପର୍କରେ ଭାଇ ଅଟନ୍ତି । ଉଭୟଙ୍କ ବିରୋଧରେ ହିଂସା ଓ ଦଙ୍ଗା ଘଟାଇବା ଅଭିଯୋଗ ରହିଛି । ସେମାନେ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନସାରକୁ ମଧ୍ୟ ଜାଣିଥିଲେ । ପୋଲିସ ଏହି ମାମଲାରେ ଏବେସୁଦ୍ଧା ୨୮ଜଣଙ୍କୁ ଗିରଫ କରିସାରିଛି । ଏଥିରେ ୩ ଜଣ ନାବାଳକ ରହିଛନ୍ତି । ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ସେହିପରି ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାଖରେ ୯ ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଲଗାତର ପଚରାଉଚରା କରାଯାଉଛି ।
ସୂଚନାଯୋଗ୍ୟ, ଦିଲ୍ଲୀର ଜହାଙ୍ଗୀରପୁରୀରେ ଏପ୍ରିଲ ୧୬ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ଶୋଭାଯାତ୍ରା ଉପରେ କିଛି ଦୁର୍ବୃତ୍ତ ପଥର ମାଡ କରିଥିଲେ । ଫଳରେ ହିଂସାର ସୂତ୍ରପାତ ହୋଇଥିଲା । ଏଥିରେ ୮ ପୋଲିସ କର୍ମୀଙ୍କ ସମେତ ୯ ଜଣ ଆହତ ହୋଇଥିଲେ ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..