Report Card Odisha

| Daily Odia News

ବିଜେପିରେ ମିଶିଲେ ଜୟ ଢୋଲକିଆ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ବିଜେଡି ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ଆଶା ରହିଥିବାବେଳେ ସେ ଦଳକୁ ଚକ୍‌ମା ଦେଇ ବିଜେପିରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଜୟ ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହା ପରେ ତାଙ୍କୁ ହିଁ ବିଜେପି ନୂଆପଡ଼ାରେ ପ୍ରାର୍ଥୀ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଜୟ ଢୋଲକିଆ ବିଜେପିରେ ଯୋଗଦେବା ପରେ ନୂଆପଡ଼ା ବିଧାନସଭା ଆସନକୁ ନେଇ ସବୁ ଅଙ୍କ ଏପଟ ସେପଟ ହୋଇଯାଇଛି। ବିଜେଡ଼ି ଦଖଲରେ ଥିବା ନୂଆପଡ଼ା ଆସନରେ ବିଜେପିର ପତିଆର ବଢ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୟଙ୍କ ବିଜେପିରେ ଯୋଗଦାନ ବିଜେଡିକୁ ଶକ୍ତ ଝଟ୍‌କା ଦେଇଛି ବୋଲି କୁହାଯାଉଛି।

Breaking News