Report Card Odisha

| Daily Odia News

ଜେଲ୍‌ ଗଲେ ଆର୍ଯ୍ୟନ୍‌ ଖାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜେଲ୍‌ ଗଲେ ଅଭିନେତା ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ | ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍‌ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ବେଲ୍ ନମିଳିବାରୁ ମୁମ୍ବାଇର ଆର୍ଥର ରୋଡ ଜେଲ୍‌ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍ । ହସ୍ପିଟାଲରେ ଆର୍ଯ୍ୟନ୍‌ଙ୍କ କୋଭିଡ଼ ଟେଷ୍ଟ ଓ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି । ପରେ ଏନ୍‌ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍‌ । ଗତ ୭ ଦିନ ଧରି ଆର୍ଯ୍ୟନ ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା । ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା। ତେବେ ଆର୍ଯ୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା । ସେପଟେ ଆଜି ମାଆ ଗୌରୀ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଶାହାରୁଖ ଏବଂ ଗୌରୀ ନିଜ ପୁଅକୁ ଯଥାଶୀଘ୍ର ନିଜ ଘରେ ଦେଖିବାକୁ ଚାହୁଁଥିଲେ । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଖୋଲାଖୋଲି ଭାବେ ଶାହାରୁଖ ଏବଂ ଆର୍ଯ୍ୟନଙ୍କୁ ସମର୍ଥନ କରୁଥିଲେ। ସମ୍ପ୍ରତି, ହ୍ରିତିକ ଆର୍ଯ୍ୟଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେଲିବ୍ରିଟିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Breaking News