ରିପୋର୍ଟ କାର୍ଡ / କଣ୍ଟାବାଞ୍ଜି
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ବିକାଶ ଲତା ବାରୁ ଓ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରାଙ୍କ ଅଡିଓ ଭାଇରାଲ୍ ଚର୍ଚ୍ଚା ଜୋର ଧରିଛି। ରବିବାର ଏହି ଘଟଣା ସମ୍ନାକୁ ଆସିବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଜେଲର୍ଙ୍କ ସହ ୱେବ୍ ସାମ୍ବାଦିକଙ୍କ ସଂପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରିବାକୁ ସମ୍ବଲପୁର ଜେଲ୍ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଜଣେ ଅଧିକାରୀ କଣ୍ଟାବାଞ୍ଜି ସବ୍ଜେଲ୍ରେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ଥାନାରେ ମାମଲା ରୁଜୁ ପରେ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଏହି ଉପକାରାଗାର ଭିତରକୁ ବାହାରୁ ଖାଦ୍ୟପଦାର୍ଥ ପଶୁଥିବା ନେଇ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ମହିଳା ଜେଲର୍ ରାଗିଯାଇ ସଂପୃକ୍ତ ଛାପା ଗଣମାଧ୍ୟମ ସାମ୍ବାଦିକଙ୍କୁ ହତ୍ୟା ଷଡ଼୍ଯନ୍ତ୍ର କରିବା ଭଳି କଥାବାର୍ତ୍ତା ଉକ୍ତ ୱେବ୍ ସାମ୍ବାଦିକଙ୍କ ସହ କରୁଥିବା ଅଡିଓ ଭାଇରାଲ ହୋଇଥିଲା। ୱେବ୍ ସାମ୍ବାଦିକ ଓ ଜେଲର୍ଙ୍କ ମଧ୍ୟରେ ଅତି ଘନିଷ୍ଠ ସଂପର୍କ ରହିଥିବା ଭାଇରାଲ ଅଡିଓରୁ ଜଣାପଡ଼ୁଛି। ଏହାକୁ ନେଇ ଖବର ପ୍ରକାଶ ପାଇବା ପରେ ସମ୍ବାଦିକ ଲିମାଇ ଚରଣ ମହତ କଂଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳା ଜେଲର୍ ବିକାଶଲତା ବାରୁ ଓ ୱେବ୍ ସମ୍ବାଦିକ ପ୍ରମୋଦ ବେହେରା ତାଙ୍କୁ ହତ୍ୟା କରିବାକୁ ଷଡ଼୍ଯନ୍ତ୍ର କରୁଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏନେଇ କଣ୍ଟାବାଞ୍ଜି ଥାନା ପୋଲିସ ଆଇପିସି ଧାରା ୫୦୬, ୫୦୭ ଓ ୪୩ରେ ଏକ ମାମଲା ରୁଜୁ କରିଛି। କିନ୍ତୁ କାହିଁକି ହତ୍ୟା ପାଇଁ ଧମକ ଚମକ ସଂପର୍କିତ ଦଫା ଲାଗିନି,ତାହାକୁ ନେଇ ପ୍ରଶ୍ନ ଉଠିଛି । ୱେବ୍ ସମ୍ବାଦିକଙ୍କୁ ଖୋଜାଚାଲିଥିବା ଜଣାପଡିଛି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..