Report Card Odisha

| Daily Odia News

ସମାଧି ନେଇଛନ୍ତି ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରସିଦ୍ଧ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ତିନି ଦିନ ଧରି ଉପବାସରେ ରହି ସମାଧି ନେଇଛନ୍ତି ମୁନି। ଜୈନ ସମାଜର ଏକ ପ୍ରମୁଖ ଧାର୍ମିକ ଗୁରୁ ଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ। ସେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ। ତଥାପି ଏକ ବ୍ରତ ପାଳନ କରିଥିଲେ, ଯାହାରୁ ‘ସାଲେଖନା’ ବୋଲି କୁହାଯାଏ। ଏହି ବ୍ରତ ଅନୁସାରେ, ଜଣେ ବ୍ୟକ୍ତି ମୃତ୍ୟୁ ପର୍ଯ୍ୟନ୍ତ ଅନ୍ନ-ଜଳ ତ୍ୟାଗ କରିବେ। ଆତ୍ମାର ସୁଦ୍ଧତା ପାଇଁ ଜୈନ ଧର୍ମରେ ଏପରି ପ୍ରଥା ରହିଛି। ଆଚାର୍ଯ୍ୟ ବିଦ୍ୟାସାଗର ତିନି ଦିନ ପୂର୍ବରୁ ସ୍ୱେଚ୍ଛାକୃତ ଭାବେ ଏହି ବ୍ରତ ରଖିଥିଲେ। ତିନି ଦିନ ଧରି ଅନ୍ନ-ଜଳ ତ୍ୟାଗ କରି ତପସ୍ୟାରେ ଥିଲେ। ଶେଷରେ ଶନିବାର ରାତି ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଥିଲେ। ରାଇପୁର ରାଜନନ୍ଦ ଗାଁରେ ରବିବାର ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି |

Breaking News