ରିପୋର୍ଟ କାର୍ଡ / ଯାଜପୁର
ଶାଢୀ ପିନ୍ଧାଇ ଦେବା ଆଳ କରି ବାନ୍ଧବୀର ଫଟୋ ଉଠାଇ ବ୍ଲାକେମେଲ୍ ଅଭିଯୋଗ ହୋଇଛି | ନିଜ ବାନ୍ଧବୀର ଏପରି ବିଶ୍ୱାସଘାତକତାକୁ ଗ୍ରହ ନକରିପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ଯୁବତୀ | ଏପରି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି | ଅଭିଯୋଗ ଅନୁଯାୟୀ, ମୃତ ଯୁବତୀଜଣକ ଯୁକ୍ତ ତିନି ବିଜ୍ଞାନର ଛାତ୍ରୀ ଥିଲେ। ଯାଜପୁର ଜିଲ୍ଲା ଗଡ଼ମଧୁପୁରର ଅଞ୍ଚଳର ଜଣେ ଯୁବତୀ ନିଜ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଏହି ଛାତ୍ରୀଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କ ବିବାହ ପ୍ରସ୍ତାବ ନେଇ କିଛି ବ୍ୟକ୍ତି ଆସି ତାଙ୍କୁ ଦେଖିବାକୁ ଘରକୁ ଆସିଥିଲେ। ଉକ୍ତ ସମୟରେ ଲୁଗା ପିନ୍ଧାଇ ଦେବାକୁ କହି ବାନ୍ଧବୀଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ। ପରବୀର୍ତ୍ତ ସମୟରେ ସେହି ଫଟୋଗୁଡ଼ିକୁ ସେ ନିଜ ପୁରୁଷ ବନ୍ଧୁ ସମେତ ଏକାଧିକ ବ୍ୟକ୍ତିଙ୍କୁ ପଠାଇଦେଇଥିଲେ । ଏହି ଫଟୋକୁ ଦେଖାଇ କିଛି ଯୁବକ ବିଭିନ୍ନ ସମୟରେ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହ ଟଙ୍କା ଦାବି କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବି ଧମକ ଦେଉଥିଲେ।ଏହା ସହିନପାରି ଶେଷରେ ଯୁବତୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……