ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯାଜପୁରରୁ ଧରା ହେଲା କଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ କାଶ୍ମୀର ଯୁବକ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ। ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି। ଗିରଫ ଯୁବକର ନାଁ ସଇଦ ଇଶାନ ବୁଖାରୀ ଓ ତା’ଘର ଖୁପୱାଡାରେ । ଛଦ୍ମ ପରିଚୟରେ ୨୦୧୮ରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ। ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପ୍ରେ ମଧ୍ୟ ସେ ଯୁବତୀଙ୍କ ସହ ସଂପର୍କ ରଖିଥିଲା । STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ ପ୍ରେସମିଟ୍ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ IG। ଏନେଇ ସେ କହିଲେ, ବୁଖାରୀ ବହୁତ ବଡ଼ ଠକ ଥିଲା, ତା’ର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବୁ । ‘କଶ୍ମୀର ଓ ପଞ୍ଜାବ ପୋଲିସ ସହ ବି ଯୋଗାଯୋଗରେ ଅଛୁ । ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି କହୁଥିଲା ।୭ ରୁ ଅଧିକ ବିବାହ କରିଥିବା ସୂଚନା ମିଳିଛି ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..