Report Card Odisha

| Daily Odia News

ଆତଙ୍କବାଦୀ ପ୍ରେମରେ ଶିକ୍ଷୟତ୍ରୀ…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ଈଶାନ୍‌ ବୁଖାରୀ ଫେସ୍‌ବୁକ୍‌ ଜରିଆରେ ସେଠାକାର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଜଣାପଡିଛି। ସମ୍ପୃକ୍ତ ଯୁବତୀ ହେଉଛନ୍ତି ସ୍ଥାନୀୟ ମିଲତନଗରର ସେକ୍‌ କବିରୁଦ୍ଦିନ୍‌ଙ୍କ ଝିଅ ଶେହନାଜ୍‌ ପରୱିନ୍‌। ସେ ସ୍ଥାନୀୟ ସେଣ୍ଟ୍‌ ଜାଭିଅର୍ସ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ଈଶାନ୍‌ ତାଙ୍କ ସହ ଫେସ୍‌ବୁକ୍‌ରେ ଚାଟିଂ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲା। ସେ ପରୱିନ୍‌ଙ୍କୁ ବିବାହ କରିବା ପରେ ନେଉଳପୁରର ଜୋଇଁ ହୋଇଯାଇଥିଲା। ସେମାନଙ୍କର ଗୋଟିଏ ୬ ବର୍ଷର ଝିଅ ମଧ୍ୟ ଅଛି। ଈଶାନ୍‌ ଅଧିକାଂଶ ସମୟ କାଶ୍ମୀରରେ ରହୁଥିବାରୁ ବର୍ଷକୁ ଦୁଇ ଥର ନେଉଳପୁର ଆସି ପରୱିନ୍‌ଙ୍କ ସହ କିଛି ଦିନ ରହି ଫେରିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ପରୱିନ୍‌ କିପରି ଜଣେ ଆତଙ୍କବାଦୀ ପ୍ରେମରେ ଫସିଲେ, ତା’ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Breaking News