ରିପୋର୍ଟ କାର୍ଡ / ଗଞ୍ଜାମ
ଜାଲ ସାଟିଫିକେଟ୍ ଦେଇ ଚାକିରୀ କରିବା ଶିକ୍ଷୟତ୍ରୀଙ୍କୁ ମହଙ୍ଗା ପଡିଛି । ଏବେ ଚାକିରୀରୁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି । ବହିଷ୍କୃତ ଶିକ୍ଷୟତ୍ରୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର କାଳିଆବାଲି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର କେ. ଲକ୍ଷ୍ମୀ ରେଡ୍ଡୀ । ବହିଷ୍କୃତ କରାଯାଇଥିବା ଛତ୍ରପୁର ବିଇଓ ଅବିନାଶ ଶତପଥୀ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କ୍ଲଷ୍ଟର ପି.ଲକ୍ଷ୍ମୀପୁର ସ୍କୁଲ ଶିକ୍ଷୟନ୍ତ୍ରୀ କେ. ସୁରାନ୍ତି ରେଡ୍ଡୀଙ୍କ ଦଶମ ସାର୍ଟିଫିକେଟ୍ ଓ ମାର୍କ ସିଟ୍ ମିଥ୍ୟା ଥିବା ବିଏସ୍ଇ ବୋର୍ଡ ପକ୍ଷରୁ ସୂଚନା ମିଳିଥିଲା । ଯାହାଫଳରେ ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ବିରତି ଦିଆଯାଇଥିଲା । ଏଥିସହ ଚମାଖଣ୍ଡି ପୋଲିସ ଥାନାରେ ଜୁଲାଇ ୧୭, ୨୦୨୦କେ ବିଇଓଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ଏହାସହ ସେ ମଧ୍ୟ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବହୁମାତ୍ରାରେ ନକଲି ଶିକ୍ଷକ/ଶିକ୍ଷୟତ୍ରୀ ଚାକିରି ହାତେଇଥିବା ବେଳେ ଏବେ ସେମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ଯାହାଫଳରେ କିଛି ଶିକ୍ଷକ/ଶିକ୍ଷୟତ୍ରୀ ଗିରଫ ଭୟରେ ଚାକିରି ଛାଡି ଦେଲେଣି, ତ କିଛି ଶିକ୍ଷକ/ଶିକ୍ଷୟତ୍ରୀ ଦରମା ମଧ୍ୟ ବନ୍ଦ ହୋଇଗଲାଣି । ଏପରି ଅଭିଯୋଗ ଆସିବା ପରେ ଶିକ୍ଷକମାନଙ୍କର ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଠିକ୍ ଅଛିକି ନାହିଁ ସେ ସମ୍ପର୍କରେ ବୋର୍ଡ ଓ ବିଶ୍ୱବିଦ୍ୟାଳୟକୁ ଛତ୍ରପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା । ଯାଞ୍ଚ ରିପୋର୍ଟ ଆସିବା ପରେ କିଛି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଜାଲ ବୋଲି ଜଣାପିଡିଥିଲା । ଏହାପରେ ଛତ୍ରପୁର ବିଇଓଙ୍କ ପକ୍ଷରୁ ଚମାଖଣ୍ଡି, ଛତ୍ରପୁର ଓ ମେରାଇନ ଥାନାରେ କିଛି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନାମରେ ଏତଲା ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..