ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ ଭାରତର ପ୍ରସିଦ୍ଧ ଜାଲିକାଟ୍ଟୁ ଖେଳ ବିପଦଜନକ ଅଟେ | ଏହି ଖେଳ ହୋଇଛି କାଳ | ଜାଲିକାଟ୍ଟୁ ଖେଳ ବେଳେ ଜଣେ ୧୪ ବର୍ଷର ନାବାଳକକୁ ଷଣ୍ଢ ଭୁଶି ମାରିଦେଇଛି | ମିଲନାଡୁର ଧର୍ମପୁରୀରେ ଘଟିଛି ଏଭଳି ଆଘଟଣ | ତାଣ୍ଡାନଗାମ୍ରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡା ଦେଖିବା ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ। ଖେଳ ଶେଷପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରିପାରି ନଥିଲେ। ଫଳରେ ନିୟନ୍ତ୍ରଣ ବାହାରେ ଯାଇ ଷଣ୍ଢଟି ଖେଳ ଦେଖିବାକୁ ଆସିଥିବା ଜଣେ ୧୪ ବର୍ଷୀୟ ପୁଅକୁ ଆକ୍ରମଣ କରିଥିଲା। ଷଣ୍ଢ ଭୁଶିବା ଯୋଗୁ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି।






More Stories
ଜିତିଲେ ପ୍ରଶାନ୍ତ କିଶୋର…..
ବିମାନ ଦୁର୍ଘଟଣା;୧୩ ମୃତ…..
ବିକ୍ଷୋଭକାରୀଙ୍କ ଉପରୁ ମାମଲା ହଟାଇବାକୁ ଦାବି କଲେ ଅଭିଜିତ୍…..