ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜମ୍ମୁ-କାଶ୍ମୀରର ଶୋପିୟାଁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି | ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଅଞ୍ଚଳରେ ବର୍ତ୍ତମାନ ତଲାସି ଅଭିଯାନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଶୋପିୟାଁ ଜିଲାର ଅମଶୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା। ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀ ଅଞ୍ଚଳରେ ତଲାସି ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ନିଜକୁ ଘେରାଉ ଅବସ୍ଥାରେ ରଖି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଅନେକ ସାଧାରଣ ନାଗରିକ ଥିବାରୁ ସେମାନଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନକୁ ପଠା ଯାଇଥିଲା। ଆତଙ୍କବାଦୀଙ୍କ ନିକଟରୁ ବହୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି। ଗମନାଗମନର କିଛି ସ୍ଥାନକୁ ବନ୍ଦ ରଖାଯାଇଛି।
More Stories
‘ମୋମୋ’ ଖାଇବା ,ଜଣେ ମୃତ, ୧୫ ଅସୁସ୍ଥ…..
ଆଜି ଦେଶବ୍ୟାପୀ ସ୍ଵାସ୍ଥ୍ୟ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ…..
ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ…..