ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁରେ ପ୍ରବଳ ତୁଷାରପାତ ଓ ଭୂସ୍ଖଳନ ପରେ ସେନା ଯବାନମାନେ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଉଦ୍ଧାର କରିଛନ୍ତି। ବୁଧବାର ପ୍ରବଳ ତୁଷାରପାତ ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଯାତ୍ରୀ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଏକ ଆଇନ ମହାବିଦ୍ୟାଳୟର ୭୪ ଜଣ ଛାତ୍ର ଏବଂ ଏହାର ୭ ଜଣ କର୍ମଚାରୀ ଥିଲେ। ସେନା ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବରୋଧ ହୋଇଥିବା ଜାତୀୟ ରାଜପଥ ୪୪ରୁ ରାଜସ୍ଥାନ ଆଇନ ମହାବିଦ୍ୟାଳୟର ଭୟଭୀତ କର୍ମଚାରୀ ଓ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କଳ୍ପେଶ ନିକାଓ୍ଵତ ଭାରତୀୟ ସେନାର ଏହି ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଭଳି ଖରାପ ପାଗରେ ଆମକୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିବା ଏବଂ ଆମକୁ ଖାଦ୍ୟ ଓ ଆଶ୍ରୟ ପ୍ରଦାନ କରିଥିବା ସେନାକୁ ଧନ୍ୟବାଦ ଜଣାଇବାକୁ ମୋ ପାଖରେ ଶବ୍ଦ ନାହିଁ। ସେନାକୁ ଧନ୍ୟବାଦ,” କହିଛନ୍ତି ପ୍ରଫେସର ନିକାୱତ।





More Stories
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….