Report Card Odisha

| Daily Odia News

ଆତଙ୍କୀ ଗୁଳିରେ ୨ ନାଗରିକ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କାଶ୍ମୀରର ରାଜୋରୀରେ ଆତଙ୍କବାଦୀଙ୍କ ଗୁଳିଚାଳନାରେ ଦୁଇ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ସାଧାରଣ ନାଗରିକଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ ଜମ୍ମୁ-ରାଜୋରୀ ରାଜପଥକୁ ଆସି ବିରୋଧ ପ୍ରଦର୍ଶନ କରିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ,ସୁରକ୍ଷାକର୍ମୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି। ଏହାମଧ୍ୟରେ ସେନାଙ୍କ ପକ୍ଷରୁ ଟ୍ୱିଟ କରାଯାଇଛି। ଶୁକ୍ରବାର ସକାଳେ ରାଜୋରୀରେ ସୈନ୍ୟ ହସ୍ପିଟାଲ ନିକଟରେ ଅଜଣା ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଗୁଳିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ, ସୁରକ୍ଷାକର୍ମୀ ଓ ନାଗରିକ ପ୍ରଶାସନର ଅଧିକାରୀ ଘଟଣା ସ୍ଥଳରେ ଥିବା ସହ ଘଟଣାର ତଦନ୍ତ କରାଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘଟଣାର ସଠିକ୍‌‌ ତଦନ୍ତ ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ସୂଚନାନୁଯାୟୀ, ଏହାପୂର୍ବରୁ ରାଜୋରୀ ମୁରାଦପୁରରେ ବୁଧବାର ସେନା ଓ ପୁଲିସ କିଛି ସନ୍ଦିଗ୍ଧଙ୍କୁ ଦେଖିବା ପରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ସକାଳ ପ୍ରାୟ ୫ଟାରେ କାନ୍ଧରେ ବ୍ୟାଗ ନେଇ ଦୁଇ ଅଜଣା ବ୍ୟକ୍ତି ସେହି ଅଞ୍ଚଳରେ ଦେଖାଦେଇଥିଲେ। ଏହାପରେ ସେନା ଓ ପୁଲିସଙ୍କ ଦ୍ୱାରା ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ମାତ୍ର ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନଥିଲା।

Breaking News