Report Card Odisha

| Daily Odia News

ମୃତ ୪ ଆତଙ୍କବାଦୀ ପାକିସ୍ତାନର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କାଶ୍ମୀରରେସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ୪ ଆତଙ୍କବାଦୀ ପାକିସ୍ତାନର ବୋଲି ଜଣାପଡିଛି | ଏଲଇଟି ଆତଙ୍କୀ ସଙ୍ଗଠନର ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ପଟୁ ଏକ ଟ୍ରକରୁ ଆସିବା ବେଳେ ଯବାନଙ୍କ ଗୁଳିରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଟ୍ରକ୍‌ ରେଜିଷ୍ଟ୍ରେସନ ନଂ ଜାଲ୍‌ କରି ଖସିବା ବେଳେ ଆତଙ୍କାବଦୀ ମାନେ ଯବାନଙ୍କ ହାତରେ ଧରାପଡ଼ିଥିଲେ । ଧରାପଡ଼ିବା ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟ୍ରକଟି ଜଳିଯିବା ସହ ୪ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ସେହି ଟ୍ରକରୁ ୭ଟି ଏକେ-୪୭, ଗୋଟିଏ ଏମ-୪ କାର୍ବାଇନ୍‌, ୩ଟି ବନ୍ଧୁକ ସହ ଗ୍ରେନେଡ ଜବତ ହୋଇଥିଲା । ଯବାନଙ୍କ ଗୁଳିରେ ଆତଙ୍କବାଦୀ ମାନଙ୍କ ମୃତ୍ୟୁ ହେବାପରେ ସେମାନଙ୍କ ପରିଚୟ ଖୋଜିଥିଲା ଦିଲ୍ଲୀ ପୁଲିସ । ତେବେ ଆଜି ସମସ୍ତ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିବା ସହ ସେମାନେ ପାକିସ୍ତାନର ହୋଇଥିବା ଜଣାପଡ଼ିଛି । ମୃତ ଆତଙ୍କବାଦୀ ମାନେ ଏଲଇଟି ଆତଙ୍କୀ ସଙ୍ଗଠନର ହୋଇଥିବା ସୂଚନା ମିଳିଛି ।

Breaking News