ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍। ଏହାରି ଭିତରେ ପ୍ରଥମେ ପ୍ରାର୍ଥୀ ତାଲିକା ପ୍ରକାଶ କରି ପ୍ରତ୍ୟାହାର କରିନେବା ପରେ ଏବେ ପୁଣି ଥରେ ନୂଆ ତାଲିକା ପ୍ରକାଶ କରିଛି। ନୂଆ ତାଲିକାରେ କରି କେବଳ ୧୫ ଜଣଙ୍କୁ ଟିକେଟ୍ ଦେଇଛି ବିଜେପି।ପୂର୍ବରୁ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ଦଳ। ତିନୋଟି ପର୍ଯ୍ୟାୟ ପାଇଁ ଦଳ ୧୦, ୧୫ ଓ ୧୯ କ୍ରମରେ ପ୍ରାର୍ଥୀ ଦେଇଥିଲା। ହେଲେ ଏହାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲା। ନୂଆ ତାଲିକାରେ ଏବେ ୨୯ ଜଣ ବାଦ୍ ପଡିଛନ୍ତି। ପୁଣି ଥରେ ତାଲିକା ପ୍ରକାଶ କରି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି। ତେବେ ଏହା ପଛର କ’ଣ କାରଣ ଦଳ ସ୍ପଷ୍ଟ କରି ନାହିଁ। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ।ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍। ସେହିପରି ଅକ୍ଟୋବର ୧ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିଆଣା ଭୋଟ୍ ହେବ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..