Report Card Odisha

| Daily Odia News

ବସ୍‌ ଷ୍ଟାଣ୍ଡରେ ବିସ୍ଫୋରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରର ପୁଞ୍ଜ ଜିଲ୍ଲାର ସୁରନକୋଟ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିବା ଜଣାଯାଇଛି। ବସ୍‌ ଷ୍ଟାଣ୍ଡଟି ଛାରଖାର ହୋଇ ଯାଇଥିବା ବେଳେ ନିକଟରେ ଥିବା ମନ୍ଦିର ପାଚେରି ଏଥିଯୋଗୁ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେତେଜଣ ମୃତାହତ ହୋଇଛନ୍ତି ସେ ନେଇ କିଛି ସୂଚନା ମିଳିନି। କେହି କେହି ଏହା ବମ୍‌ ବ୍ଲାଷ୍ଟ ବୋଲି କହୁଥିବା ବେଳେ ଆଉ କିଏ ଏହା ଗ୍ରେନେଡ ମାଡ଼ ବୋଲି କହୁଛନ୍ତି। ତେବେ ପ୍ରକୃତରେ କେଉଁ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ଏହି ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନି । ବ୍ଲାଷ୍ଟର କାରଣ ଜଣା ପଡ଼ି ନ ଥିବା ବେଳେ ଏଥିନିମନ୍ତେ କେହି ନିଜକୁ ଦାୟୀ କରି ନାହାନ୍ତି। ବୋମା ବ୍ଲାଷ୍ଟ ସ୍ଥଳରୁ ଚାରି ପଟୁ ସିଲ୍‌ କରାଯାଇଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଧିକ ତଦନ୍ତ ପାଇଁ ଫରେନସିକ ଟିମ୍‌କୁ ଡକାଯାଇଥିବା ଜଣାଯାଇଛି। ଗତକାଲି ସକାଳେ ସାଲୈନ ଗାଁର ୩ ଯୁବକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୪ଟି ମାଙ୍ଗାଜିନ, ଟି ଫୋନ୍‌ ଓ ଅଢେଇ ଲକ୍ଷ ଟଙ୍କା କ୍ୟାସ୍‌ ଜବତ ହୋଇଥିଲା। ଏନେଇ ଏକ ମାମଲା ରୁଜୁ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହାପରେ ରାତିରେ ସେଠାରେ ଗ୍ରେନେଡ ମାଡ଼ ହୋଇଛି। ତେବେ ଏହି ଦୁଇ ଘଟଣାରେ କିଛି କନେକ୍ସନ ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିନି।

Breaking News