Report Card Odisha

| Daily Odia News

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ହମଲା, ଇଣ୍ଟରନେଟ ସେବା ବନ୍ଦ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜମ୍ମୁ କଶ୍ମୀରରେ ମୋର୍ଟାର ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିଛି ସ୍ଥାନୀୟ ପ୍ରଶାସନ। ରଜୌରୀ ଏବଂ ପୁଞ୍ଚରେ ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏଥିସହ ଦୁଇ ଜିଲ୍ଲାର ପାହାଡିଆ ଅଞ୍ଚଳରେ କମ୍ୱିଂ ଅପରେସନକୁ କଡାକଡି କରାଯାଇଛି। ଗୁରୁବାର ଜମ୍ମୁ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଭାରତୀୟ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ଏଥିସହ ଦୁଣ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ।

Breaking News