Report Card Odisha

| Daily Odia News

ଖାଇକୁ ଖସିଲା ବସ,୩୦ ମୃତ, ୨୦ରୁ ଅଧିକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ- କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପ୍ରାୟ ୨୫୦ ମିଟର ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସିଯିବାରୁ ପ୍ରାୟ ୩୦ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜମ୍ମୁ- କଶ୍ମୀରର କିଶତୱାଡରୁ ଜମ୍ମୁ ଅଭିମୁଖେ ଯାଉଥିବା ବସ୍‌ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଥିଲା। ଖବର ପାଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ବାହାର କରି ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏଥିସହ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Breaking News