Report Card Odisha

| Daily Odia News

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀରର ସୋପିଆନା ଜିଲ୍ଲାର କାର୍ପେନ ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଦ୍ବାରା ହୋଇଥିବା ଏକ ଏନ୍‌କାଉଣ୍ଟର୍‌ରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଛି। କଶ୍ମୀର ପୋଲିସର ସୂଚନା ମୁତାବକ, ସୋପିଆନା ଜିଲ୍ଲାର କାର୍ପେନ ଅଞ୍ଚଳରୁ ଏହି ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ପୋଲିସ ଓ ସେନା ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି।’ ତେବେ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଥିବା ଆତଙ୍କବାଦୀ ଜଣକ ହେଉଛି କୁଲ୍‌ଗାମ-ସୋପିଆନା ଅଞ୍ଚଳରେ ସକ୍ରିୟ ରହୁଥିବା ହାନିସ୍‌। ଏବେ ବି ସର୍ଚ ଅପରେସନ୍‌ ଜାରି ରହିଛି ବୋଲି କଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି।

Breaking News