ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ଯାତ୍ରୀବାହି ବସ୍ ଉଦାମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଓଲଟି ପଡିଛି । ଦୁର୍ଘଟଣାରେ ୨୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କିଛି ଆହତମାନଙ୍କୁ ଉଦାମପୁରର ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜମ୍ମୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାକୁ କେନ୍ଦ୍ର କରି ପୋଲିସ ଅଧିକାରୀ କହିଛନ୍ତି ଯେ ନିଦ ଲାଗିଯାଇଥିବା କାରଣରୁ ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ହରାଇଥାଇପାରେ, ଯେଉଁଥି ପାଇଁ ଦୁର୍ଘଟଣା ଘଟିଛି। ହେଲେ ବର୍ତ୍ତମାନ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି |






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..